ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ରବିବାର କୋରନା କଟକଣା ଯୋଗୁଁ ବିଶ୍ୱ ପର୍ଯ୍ୟଟନ ଦିବସ କଟକଣା ମଧ୍ୟରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାଏକ, ଡୁମୁରୀଆ ସରପଞ୍ଚ ଦମୟନ୍ତି ନାୟକ, ୱାର୍ଡ ମେମ୍ବର ଗୀତରାଣୀ ମାହାନ୍ତ, ସ୍ଥାନୀୟ ମନ୍ଦିର କମିଟି ଓ ଭୀମକୁଣ୍ଡ ଉନ୍ନୟନ ପରିଷଦର କାର୍ତ୍ତିକେୟ ନାଏକ, ଚିନ୍ତାମଣି ମହାନ୍ତ, ମନୋରଞ୍ଜନ ମୋଦୀ, ଭକ୍ତବନ୍ଧୁ ମାହାନ୍ତ ଓ ଚନ୍ଦ୍ରମଣି ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ର ପରିପାର୍ଶ୍ଵ ଉନ୍ନତି କରଣ, ଉଦ୍ୟାନ ନିର୍ମାଣ, ପିଇବା ପାଣି ସମସ୍ୟା ଓ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା।