ଆଜି କରୋନାରେ ଆରୋଗ୍ୟ ହେଲେ ଆଉ ୩୩୭୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ କରୋନାରୁ ଆରୋଗ୍ୟ ହୋଇଛନ୍ତି ଆଉ ୩୩୭୮ ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୫୭୧ରେ ପହଞ୍ଚିଛି। ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଏହି ସୁସ୍ଥଙ୍କ ମଧ୍ୟରେ ଆଜି କଟକରୁ ସର୍ବାଧିକ ୫୪୦ ଜଣ ରହିଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୮୯, ପୁରୀରୁ ୨୦୦, ଯାଜପୁରରୁ ୧୭୬, ରାୟଗଡ଼ାରୁ ୧୪୧, କନ୍ଧମାଳରୁ ୧୩୭, ସୁନ୍ଦରଗଡ଼ରୁ ୧୩୭, ମୟୂରଭଞ୍ଜରୁ ୧୩୦, ସମ୍ବଲପୁରରୁ ୧୨୭, କେନ୍ଦ୍ରାପଡ଼ାରୁ ୧୨୩, ଜଗତସିଂହପୁରରୁ ୧୧୫, ବାଲେଶ୍ୱରରୁ ୧୧୧, କେନ୍ଦୁଝରରୁ ୧୦୨, ବରଗଡ଼ରୁ ୧୦୦, କୋରାପୁଟରୁ ୯୯, ଝାରସୁଗୁଡ଼ାରୁ ୮୬, ନବରଙ୍ଗପୁରରୁ ୮୪, ସୋନପୁରରୁ ୮୦, କଳାହାଣ୍ଡିରୁ ୭୬, ବଲାଙ୍ଗିରରୁ ୬୮, ମାଲକାନଗିରିରୁ ୬୩, ନୂଆପଡ଼ାରୁ ୪୯, ଭଦ୍ରକରୁ ୪୭, ଅନୁଗୁଳରୁ ୪୫, ଢ଼େଙ୍କାନାଳରୁ ୪୪, ଗଞ୍ଜାମରୁ ୪୨, ନୟାଗଡ଼ରୁ ୩୬, ଗଜପତିରୁ ୩୧, ବୌଦ୍ଧରୁ ୧୪ ଓ ଦେବଗଡ଼ରୁ ୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲରୁ ୭୯ ଜଣ ସୁସ୍ଥ ହୋଇଛନ୍ତି।