୩୦ ଜିଲ୍ଲାରୁ ୪,୩୪୦ ନୂଆ କରୋନା ପଜିଟିଭ ଚିହ୍ନଟ: ୧୬ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୪,୩୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୫୧୭ ଜଣ ଓ ସ୍ଥାନୀୟ ସଂକ୍ରମଣ ୧,୮୨୩ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୯୬ ହଜାର ୮୮୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୫୩, କଟକରୁ ୫୬୭, ପୁରୀରୁ ୨୦୩, ଜଗତସିଂହପୁରରୁ ୧୯୩, ଝାରସୁଗୁଡ଼ାରୁ ୧୭୪, ବାଲେଶ୍ୱରରୁ ୧୬୨, ଅନୁଗୁଳରୁ ୧୫୫, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରୁ ୧୪୩ ଜଣ ଲେଖାଏଁ ରହିଛନ୍ତି।

ଅନ୍ୟପଟେ କରୋନା ଯୋଗୁ ସର୍ବାଧିକ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫, ପୁରୀରୁ ୪, କେନ୍ଦ୍ରାପଡ଼ାରୁ ୨, ବଲାଙ୍ଗିର, ମୟୁରଭଞ୍ଜ, ନୟାଗଡ଼, ରାୟଗଡ଼ା ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୭୫୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୨୯ଲକ୍ଷ ୫୬ହଜାର ୩୦୧ କରୋନା ଟେଷ୍ଟ ହୋଇଥିବାବେଳେ ୧ଲକ୍ଷ ୯୬ ହଜାର ୮୮୮ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୧ଲକ୍ଷ ୫୭ ହଜାର ୨୬୫ ଜଣ ସୁସ୍ଥ ହୋଇଛନ୍ତି ଓ ୭୫୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୮ ହଜାର ୮୧୮ ଜଣ ଚିକିତ୍ସିତ ହେଉଛନ୍ତି।