ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ ଘଟିଛି। ସେ ଗତ ୧୪ ତାରିଖରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଶ୍ରୀ ଅଲ୍ଲୀ କଂଗ୍ରେସ ପ୍ରାର୍ଥୀ ଭାବେ ମହାଙ୍ଗା ବିଧାନସଭାରୁ ୧୯୭୪,୧୯୮୦, ୧୯୮୫ ଓ ୧୯୯୫ରେ ବିଜୟୀ ହୋଇଥିଲେ। ଏହି ବର୍ଷୀୟାନ ନେତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।