ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ସେପ୍ଟେମ୍ବର ୧୪ରୁ ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମାଟ୍ରିକ ଏବଂ ଓପନ୍ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ସେପ୍ଟେମ୍ବର ୧୪ରୁ ୨୪ ଯାଏଁ ଅନୁଷ୍ଠିତ ହେବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୨୨ ହଜାର ୬୪୯ଜଣ ମାଟ୍ରିକ ଓ ଓପନ ସ୍କୁଲର  ୧୨ ହଜାର ୯୩୯ଜଣ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ମାଟ୍ରିକ ପାଇଁ ୧୫୩ଟି ଓ ଓପନ ସ୍କୁଲ ପାଇଁ ୮୮ଟି ପରୀକ୍ଷା କେନ୍ଦ୍ର ଗଠନ କରାଯିବ। କେନ୍ଦ୍ରଗୁଡ଼ିକ ପ୍ରତିଦିନ ସାନିଟାଇଜ କରାଯିବ। ଆଉ ଯେପରି ଭିଡ଼ ନହେବ ସେଥିପ୍ରତି ଗୁରୁତ୍ୱାରୋପ କରିବାକୁ ପଡ଼ିବ।