Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ୟୁଜି ଓ ପିଜି ଶେଷ ସେମିଷ୍ଟର ପାଇଁ ୟୁଜିସିକୁ ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ୟୁଜି ଓ ପିଜି ଶେଷ ସେମିଷ୍ଟର ପାଇଁ ୟୁଜିସିକୁ ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ପାଇଁ ଅଧିକ ସମୟ ମାଗିଛନ୍ତି ରାଜ୍ୟ ସରକାର। ବୁଧବାର ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ୟୁଜିସି ସଚିବଙ୍କୁ ଚିଠି ଲେଖି ୟୁଜି ଓ ପିଜି ପରୀକ୍ଷା ଲାଗି ଅଧିକ ସମୟ ଦେବାକୁ ଅନୁରୋଧ କରିଛନ୍ତି। ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୩୦ ପରିବର୍ତ୍ତେ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ସମୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।
କୋଭିଡ୍-୧୯ ସ୍ଥିତିରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାର ଅନୁପାଳନ ଓ ସାମାଜିକ ଦୂରତ୍ୱ ବଜାୟ ରଖି ୟୁଜିସି ଦ୍ୱାରା ଧାର୍ଯ୍ୟ ସମୟସୀମା ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ସମସ୍ତ ପରୀକ୍ଷା ଶେଷ କରିବା କଷ୍ଟକର ବୋଲି ଅଗଷ୍ଟ ୩୧ ତାରିଖରେ ଅନୁଷ୍ଠିତ ବୈଠକରେ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ମତ ଦେଇଥିଲେ । ପରୀକ୍ଷା ପରିଚାଳନା ପ୍ରସ୍ତୁତି ନିମନ୍ତେ ଅନ୍ତତଃ ପକ୍ଷେ ୨୦ ଦିନ ଆବଶ୍ୟକ ହୋଇଥାଏ । ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ସମସ୍ତ ପରୀକ୍ଷା ଶେଷ କରିବାକୁ ହେଲେ ଗୋଟିଏ ଦିନରେ ଏକାଧିକ ପରୀକ୍ଷା କରିବାକୁ ପଡ଼ିବ । ଗୋଟିଏ ଦିନରେ ଏକାଧିକ ପରୀକ୍ଷା ହେଲେ ଏକ ସାଙ୍ଗରେ ଅନେକ ଛାତ୍ରଛାତ୍ରୀଙ୍କ ସମାଗମ ହେବ ଏବଂ ଏପରି ସ୍ଥିତିରେ କୋଭିଡ୍-୧୯ ମାର୍ଗଦର୍ଶିକା ଅନୁପାଳନରେ ସମସ୍ୟା ଦେଖାଦେବ। ଏପରି ସ୍ଥିତିରେ ସେପ୍ଟେମ୍ବର ୩୦ ତାରିଖ ଧାର୍ଯ୍ୟ ସମୟସୀମାକୁ ୧୦ ଦିନ ବୃଦ୍ଧି କରିବା ପାଇଁ ବୈଠକରେ କୁଳପତିମାନେ ଅନୁରୋଧ କରିଥିଲେ ।

ପ୍ରକାଶ ଥାଉ କି, ସେପ୍ଟେମ୍ବର ୩୦ ମଧ୍ୟରେ ଏହିସବୁ ପରୀକ୍ଷା ଶେଷ କରିବାକୁ ୟୁଜିସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ୟୁଜି ଓ ପିଜି ପରୀକ୍ଷା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଶେଷ କରିବାକୁ ୟୁଜିସି ପୂର୍ବରୁ ବିଭିନ୍ନ ରାଜ୍ୟକୁ ଚିଠି ଲେଖିଛି । ସୁପ୍ରିମକୋର୍ଟରେ ପରୀକ୍ଷାକୁ ନେଇ ରହିଥିବା ବିବାଦ ପରିସମାପ୍ତି ପରେ ଧାର୍ଯ୍ୟ ସମୟ ମଧ୍ୟରେ ପରୀକ୍ଷା କରିବାକୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତ ହୋଇପାରି ନାହିଁ। ତେଣୁ ଆଉ ୧୦ ଦିନ ମହଲତ ଦେବାରୁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଛନ୍ତି । ସେପ୍ଟେମ୍ବର ୩୦ ତାରିଖ ପରିବର୍ତ୍ତେ ଅକ୍ଟୋବର ୧୦ ପର୍ଯ୍ୟନ୍ତ ପରୀକ୍ଷା ଅବଧି ବଢ଼ାଇବାକୁ ଏଥିରେ ଅନୁରୋଧ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ୟୁଜିସିକୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି କରୋନା ସଂକ୍ରମଣ ରାଜ୍ୟରେ ବୃଦ୍ଧି ପାଇବା ଯୋଗୁଁ ପାଠପଢ଼ାରେ ବ୍ୟାଘାତ ହୋଇଛି । ଏହା ବ୍ୟତୀତ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ପରୀକ୍ଷା ଅବଧି ବୃଦ୍ଧି କରାଯିବାର ଆବଶ୍ୟକତା ଉପରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଯୁକ୍ତି ଦର୍ଶାଇଛି । ଏହାବ୍ୟତୀତ ପରୀକ୍ଷା ସମୟରେ ଗୋଟିଏ ଗୋଟିଏ ଦିନ ବ୍ୟବଧାନ ରଖାଗଲେ ପରୀକ୍ଷାକେନ୍ଦ୍ର ବିଶୋଧନ କରାଯିବ ବୋଲି ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି ।