ରାଜ୍ୟରେ ଆଉ ୧,୨୦୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜରେ ଆଜି ପୁଣି ୧,୨୦୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୭୫୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୪୪୫ ଜଣ ଲୋକାଲର ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ପାର ହୋଇଛି।

ସୂଚନା ଅନୁଯାୟୀ ସବୁଦିନ ପରି ଆଜି ପୁଣି ଗଞ୍ଜାମରୁ ସର୍ବାଧିକ ୨୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୨୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୯୭, ସୁନ୍ଦରଗଡ଼ରୁ ୭୪, ଗଜପତିରୁ ୭୨, କୋରାପୁଟରୁ ୬୬, ମାଲକାନଗିରିରୁ ୬୫, ଭଦ୍ରକରୁ ୫୩, ଯାଜପୁରରୁ ୪୬, ରାୟଗଡ଼ାରୁ ୪୫, ସମ୍ବଲପୁରରୁ ୪୦, ନୟାଗଡ଼ରୁ ୨୪, ବାଲେଶ୍ୱରରୁ ୨୦, ମୟୂରଭଞ୍ଜରୁ ୧୬, ଅନୁଗୁଳରୁ ୧୫, କନ୍ଧମାଳ ଓ କେନ୍ଦ୍ରାପଡ଼ାରୁ ୧୪ ଜଣ ଲେଖାଏଁ, ବରଗଡ଼ରୁ ୧୨, କେନ୍ଦୁଝରରୁ ୧୧, ପୁରୀରୁ ୯, ଜଗତସିଂହପୁର ଓ ଦେବଗଡ଼ରୁ ୮ ଜଣ ଲେଖାଏଁ, ବଲାଙ୍ଗିରରୁ ୬, ସୋନପୁର, ନବରଙ୍ଗପୁର ଓ କଳାହାଣ୍ଡିରୁ ୪ ଜଣ ଲେଖାଏଁ ଏବଂ ଢ଼େଙ୍କାନାଳ ଓ ବୌଦ୍ଧରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୫ ଲକ୍ଷରୁ ଊର୍ଦ୍ଧ୍ୱ କୋଭିଡ-୧୯ ଟେଷ୍ଟ ହୋଇଥିବାବେଳେ ୩୦ ହଜାର ୩୭୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ହଜାର ୯୩୮ ଜଣ ସୁସ୍ଥ ହୋଇଥିବାବେଳେ ୧୧ ହଜାର ୨୩୫ ଜଣ ସକ୍ରିୟ ଅଛନ୍ତି।