ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ଆଜି ପ୍ରକାଶ ପାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ସକାଳ ୯ଟା ରେଜଲ୍ଟ ପ୍ରକାଶ ପାଇବାର ଥିଲା। ମାତ୍ର ସାମାନ୍ୟ ବିଳମ୍ବରେ ଭିଡିଓ କନଫରେନସିଂ ଜରିଆରେ ରେଜଲ୍ଟ ପ୍ରକାଶ ପାଇଛି। ଏନେଇ ବିଧିବଦ୍ଧ ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଘୋଷଣା କରିଛନ୍ତି।
ମନ୍ତ୍ରୀ ଶ୍ରୀ ଦାସଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ୫ ଲକ୍ଷ ୩୪ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସେଥିରୁ ୪ ଲକ୍ଷ ୨୧ ହଜାର ୨୫୬ ଛାତ୍ରଛାତ୍ରୀ ପାସ କରିଛନ୍ତି। ଚଳିତ ବର୍ଷ ମାଟ୍ରିକ ପାସ ହାର ୭୮.୭୬ ପ୍ରତିଶତ। ଗତବର୍ଷ ପାସ ହାର ୭୨.୩୮ ପ୍ରତିଶତ ପାସ ହାର ଥିବା ବେଳେ ଚଳିତ ବର୍ଷ ଏଥିରେ ୬.୩୮ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ଛାତ୍ରୀଙ୍କ ମଧ୍ୟରେ ପାସ ହାର ୮୧.୯ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ମଧ୍ୟରେ ପାସ ହାର ୭୭.୬ ପ୍ରତିଶତ ରହିଥିବା ସୂଚନା ଦିଆଯାଇଛି।
ସେହିପରି ଦିନ ସାଢ଼େ ୧୧ଟାରେ ଅନଲାଇନରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି। ମାଟ୍ରିକ ପରୀକ୍ଷା ଫଳ ୱେବସାଇଟ ଓ ଏସ୍ଏମ୍ଏସ୍ ଜରିଆରେ ଉପଲବ୍ଧ ହୋଇଛି। ବୋର୍ଡର ବସାଇଟ ‘www.bseodisha.ac.in’ ଓ ‘www.bseodisha.nic.in’ରେ ଛାତ୍ରଛାତ୍ରୀ ମାଟ୍ରିକ ରେଜଲ୍ଟ ଦେଖିପାରିବେ। ସେହିଭଳି OR01<roll no> ଲେଖି ୫୬୭୬୭୫୦କୁ ଏସ୍ଏମ୍ଏସ୍ କଲେ ଫଳ ଜାଣି ପାରିବେ।
ସେହିପରି ଏ-୧ରେ ୧,୨୭୯ ଜଣ, ଏ-୨ରେ ୮,୪୫୮ ଜଣ, ବି-୧ରେ ୧୮,୧୮୮ ଜଣ ଓ ବି-୨ରେ ୩୨,୩୨୮ ଜଣ ପାସ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।