୨୮ ଜିଲ୍ଲାରୁ ୧୨୧୫ ନୂଆ କରୋନା ପଜିଟିଭ ଚିହ୍ନଟ : ସଂଖ୍ୟା ୨୮ ହଜାର ଟପିଲା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ୨୮ଟି ଜିଲ୍ଲାରୁ ୧,୨୧୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୭୫୩ ଜଣ ଓ ସ୍ଥାନୀୟ ସଂକ୍ରମଣ ୪୬୨ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୧୦୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୩୨ ରହିଥିବାବେଳେ ଖୋର୍ଦ୍ଧାରୁ ୩୧୨, ଗଜପତିରୁ ୮୯, କୋରାପୁଟରୁ ୭୩, କଟକରୁ ୬୦, ଜଗତସିଂହପୁରରୁ ୪୭, ବାଲେଶ୍ୱରରୁ ୨୯, ରାୟଗଡ଼ାରୁ ୨୪, ମୟୁରଭଞ୍ଜରୁ ୨୨, ବଲାଙ୍ଗିରରୁ ୨୧ ଓ ଯାଜପୁର ଜିଲ୍ଲାରୁ ୨୦ଜଣ ରହିଛନ୍ତି। ସେହିପରି କନ୍ଧମାଳ, କେନ୍ଦ୍ରାପଡ଼ା ଓ ମାଲକାନଗିରିରୁ ୧୪ ଲେଖାଏଁ, ଅନୁଗୁଳ ଓ ପୁରୀରୁ ୧୧ ଲେଖାଏଁ, ବରଗଡ଼ରୁ ୧୦, ନୂଆପଡ଼ା ଓ କଳାହାଣ୍ଡିରୁ ୮ଲେଖାଏଁ, ନୟାଗଡ଼ ୭, ଭଦ୍ରକ, ବୌଦ୍ଧ, ଝାରସୁଗୁଡ଼ା, ସୋନପୁର ଓ ସୁନ୍ଦରଗଡ଼ରୁ ୨ ଲେଖାଏଁ, ଦେଓଗଡ଼ ଓ ଢ଼େଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୭୬ ହଜାର ୫୬୦ କରୋନା ଟେଷ୍ଟ ହୋଇଥିବାବେଳେ ୨୮ ହଜାର ୧୦୭ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୧୫୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୭ ହଜାର ୩୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ୧୦ ହଜାର ୫୪୪ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।