ରାଜଧାନୀରୁ ୧୫୯ କରୋନା ପଜିଟିଭ ଚିହ୍ନଟ: ତ୍ରିନାଥ ବସ୍ତିରୁ ୪୪ ମାମଲା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଉ ୧୫୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୮ ଜଣ ଓ ସ୍ଥାନୀୟ ସଂକ୍ରମିତ ୪୧ ଜଣ ରହିଛନ୍ତି । ରାଜଧାନୀ ପାଇଁ ବସ୍ତିବାସିନ୍ଦା ଚିନ୍ତା ବଢ଼ାଇଥିବା ବେଳେ ଆଜି ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ୪୪ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଅନ୍ୟପଟେ ସାଲିଆ ସାହିରୁ ୧୨, ଡୁମଡୁମା ସୁଖବିହାର ବସ୍ତିରୁ ୨, ୟୁନିଟ-୧ ଗାନ୍ଧିବସ୍ତିରୁ ଜଣେ ରହିଥିବା ଜଣାପଡ଼ିଛି। ଏଥିସହିତ ୧୦୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୫୦କୁ ବୃଦ୍ଧି ପାଇଥିବାବେଳେ ୧୦୧୧ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୧୨୫ ଜଣ ଚିକିତ୍ସାଧୀନ ଅଛନ୍ତି।