ରାଜ୍ୟରେ ଆଉ ୧୩୨୦ କରୋନା ପଜିଟିଭ ଚିହ୍ନଟ: ଗଞ୍ଜାମରୁ ସର୍ବାଧିକ ୫୬୦

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୧୩୨୦ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୮୮୭ ଜଣ କ୍ୱାରେଣ୍ଟାଇନ ଓ ୪୩୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଞ୍ଜାମରୁ ୫୬୦ଜଣ ରହିଥିବା ଜଣାପଡ଼ିଛି। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୧୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୨୨ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୩୨୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୫୬୦ ରହିଥିôବାବେଳେ ଖୋର୍ଦ୍ଧାରୁ ୧୭୪, ପୁରୀ ଓ ଗଜପତିରୁ ୯୦ ଲେଖାଏଁ, ରାୟଗଡ଼ାରୁ ୬୫, କଟକରୁ ୪୭, କନ୍ଧମାଳରୁ ୩୯, ନୟାଗଡ଼ରୁ ୩୮, କେରାପୁଟରୁ ୩୦, ଭଦ୍ରକରୁ ୨୮, କେନ୍ଦୁଝରରୁ ୨୪, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରୁ ୨୩ ଲେଖାଏଁ ରହିଛନ୍ତି। ସେହିପରି ବରଗଡ଼ରୁ ୧୪, ବଲାଙ୍ଗିରରୁ ୯, ଅନୁଗୁଳରୁ ୬, ନୂଆପଡ଼ାରୁ ୪, ଜଗତସିଂହପୁରରୁ ୩, ଝାରସୁଗୁଡ଼ାରୁ ୨, କେନ୍ଦ୍ରାପଡ଼ା, କନ୍ଧମାଳ ଓ ଦେଓଗଡ଼ରୁ ଜଣେ ଲେଖାଏଁ କରୋନାରେ ସଂକ୍ରମିତ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୪ଲକ୍ଷ ୪୬ ହଜାର ୩୧୧ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୨୪ହଜାର ୧୩ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ଅନ୍ୟପଟେ ୧୫ ହଜାର ୨୦୦ ସୁସ୍ଥ ହୋଇଛନ୍ତି ଓ ୮ ହଜାର ୬୫୦ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।