ବିଗ୍ ବି’ଙ୍କ କରୋନା ଟେଷ୍ଟ ନେଗେଟିଭ୍ ଖବର ମିଛ

ମୁମ୍ବାଇ,ଏଜେନ୍ସି: ବିଗ ବି ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ନାନାବତୀ ହସ୍ପିଟାଲରେ ଗତ ୧୨ ଦିନ ହେଲା ଚିକିତ୍ସତ ହେଉଛନ୍ତି। ଇତି ମଧ୍ୟରେ ତାଙ୍କର କୋଭିଡ-୧୯ ପରୀକ୍ଷା ନେଗେଟିଭ ଆସିଛି ବୋଲି କେତେକ ଗଣମାଧ୍ୟମରେ ମିଥ୍ୟା ରିପୋର୍ଟ ପ୍ରକାଶ ପାଇଛି। ଏ ସମ୍ପର୍କରେ ଅମିତାଭ ଟୁଇଟ କରି କହିଛନ୍ତି, ଏହା ଦାୟିତ୍ୱହୀନ ରିପୋର୍ଟ। ଏହା ସମ୍ପୂର୍ଣ୍ଣ ଭୁଲ ଓ ମିଛ ।  ଏ ମାସ ପ୍ରାରମ୍ଭରେ ଅମିତାଭ, ତାଙ୍କ ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ଏବଂ ନାତୁଣୀ ଆରାଧ୍ୟା କରୋନା ପଜିଟିଭ ହୋଇଥିବା ପରୀକ୍ଷାରୁ ଜଣାପଡିଥିଲା।  ଗତ ୧୧ ତାରିଖ ଅମିତାଭ ଓ ଅଭିଷେକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।  ଅମିତାଭଙ୍କ ପତ୍ନୀ ଜୟା ବଚ୍ଚନଙ୍କ ନମୁନା ନେଗେଟିଭ ଆସିଥିବାରୁ ସେ ଘରେ ରହୁଛନ୍ତି।