କରୋନା ମୁକାବିଲାରେ ରେଳବାଇର ମହିଳା ଯୋଦ୍ଧା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶବ୍ୟାପୀ ଲକଡାଉନ୍ ଯୋଗୁଁ ଗତ ମାର୍ଚ୍ଚ ୨୨ତାରିଖରୁ ପୂର୍ବତଟ ରେଳବାଇର ସମସ୍ତ ଯାତ୍ରୀ ସେବା ସ୍ଥଗିତ ହୋଇଥିଲା। ଏହି ସମୟରେ ସାରାଦେଶରେ କେବଳ ମାଲବାହୀ ଟ୍ରେନ ଓ ପାର୍ସଲ ଟ୍ରେନ ଚଳାଚଳ ହୋଇଥିଲା। ପରବର୍ତ୍ତୀ ସମୟରେ ବାହାରେ ଅଟକି ରହିଥିବା ପ୍ରବାସୀମାନଙ୍କ ପାଇଁ ଓ ଜନସାଧାରଣଙ୍କ ଆବଶ୍ୟକତା ପୂରଣ କରିବାକୁ ଯାଇ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରିଥିଲା। ଏହି ସମୟରେ ମହିଳା ରେଳ କର୍ମଚାରୀମାନେ ଟ୍ରେନ ଚଳାଚଳ ଓ ଟ୍ରେନ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି।
ମହିଳା କର୍ମଚାରୀମାନେ ଗୋଟିଏ ପଟେ ପ୍ରତ୍ୟକ୍ଷ ଟ୍ରେନ ଚଳାଚଳ କରିବା କାର୍ଯ୍ୟରେ ସଂଶ୍ଳିଷ୍ଟ ରହି ଲୋକ ପାଇଲଟ, ଷ୍ଟେସନ ମାଷ୍ଟର ଓ ଗାର୍ଡ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ। ସେହିପରି  ଗ୍ୟାଙ୍ଗ୍ଓମ୍ୟାନ, ସୁପରଭାଇଜର, ହେଲ୍ପର, ଟେକନିସିଆନ, ଇଲେକ୍ଟ୍ରିସିଆନ, ଗେଟ କିପର ଭାବେ କାର୍ଯ୍ୟ କରିଥିଲେ।