ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ବସିବ ଏକ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଏକ ମନ୍ତ୍ରୀ ପରିଷଦ ବୈଠକର ଆୟୋଜନ କରାଯାଇଛି। ଏହି ବୈଠକରେ ରାଜ୍ୟ ଓ ଜିଲ୍ଲାରେ କରୋନା ସ୍ଥିତି ଓ ଏହାର ମୁକାବିଲା ସମ୍ପର୍କରେ ଆଲୋଚନା ହେବ। ସେହିପରି ଅନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି। ତେବେ ଭୁବନେଶ୍ୱରରେ ଉପସ୍ଥିତ ଥିବା ମନ୍ତ୍ରୀମାନେ ଏହି ବୈଠକରେ ଯୋଗଦେବେ। ସେହିପରି ଯେଉଁମାନେ ଜିଲ୍ଲାରେ ଅଛନ୍ତି ସେମାନେ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ଯୋଡିହେବେ ବୋଲି କୁହାଯାଇଛି।