ଭୁବନେଶ୍ୱର, ଏନ୍ଏନ୍ଏସ୍: ଗଞ୍ଜାମରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ଜିଲ୍ଲାରେ ପ୍ଲାଜମା ଥେରାପି ଆରମ୍ଭ କରାଯାଇଛି। ବ୍ରହ୍ମପୁର ଏମକେସିଜି ମେଡିକାଲରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ କଟକରୁ ୬ଟି ପ୍ଲାଜମା ଆସିଛି। ୬ଟି ପ୍ଲାଜମା ଜିଲ୍ଲାର ୪ଟି କୋଭିଡ ହସ୍ପିଟାଲରେ ଦିଆଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ପ୍ଲାଜମା ଥେରାପି ସଫଳ ହେବାପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।