ଆଜି କରୋନାରେ ଗଲା ଆଉ ୬ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ କରୋନାରେ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ୫ ଜଣ ଗଞ୍ଜାମ ଜିଲ୍ଲାର ଥିବାବେଳେ ଜଣେ ଗଜପତି ଜିଲ୍ଲାର ଥିବା ଜଣାପଡ଼ିଛି। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଗଞ୍ଜାମର ୫ ମୃତକଙ୍କ ମଧ୍ୟରେ ଜଣେ ୭୦ ବର୍ଷୀୟ ବୃଦ୍ଧ, ଜଣେ ୪୨ ବର୍ଷୀୟ ପୁରୁଷ, ଜଣେ ୫୨ ବର୍ଷୀୟ ପୁରୁଷ, ଜଣେ ୪୦ ବର୍ଷୀୟ ପୁରୁଷ ଓ ଜଣେ ୫୪ ବର୍ଷୀୟ ପୁରୁଷ ଥିବା ଜଣାପଡ଼ିଛି। ଏଥିସହିତ ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୯ରେ ପହଞ୍ଚିଛି।

ସେହିପରି ଗଜପତି ଜିଲ୍ଲାର ମୃତକ ଜଣଙ୍କ ୫୫ ବର୍ଷୀୟ ମହିଳା ଏବଂ ତାଙ୍କୁ ଡାଇବେଟିସ ଥିଲା। ଏଥିସହିତ ଜିଲ୍ଲାରେ ମୋଟ ମୃତକଙ୍କ ସଂଖ୍ୟା ୪ରେ ପହଞ୍ଚିଛି।