ରାଜ୍ୟରେ ଆଜି ୬୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୮ ହଜାର ପାର ହେଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ୨୩ଟି ଜିଲ୍ଲାରୁ ପୁଣି ୬୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ପାର ହୋଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୪୪୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୨୨୭ ଜଣ ଲୋକଲର ବୋଲି ଜଣାପଡ଼ିଛି।

ଆଜି ଗଞ୍ଜାମରୁ ସର୍ବାଧିକ ୨୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଓ ଭଦ୍ରକରୁ ୫୮ ଜଣ ଲେଖାଏଁ, କନ୍ଧମାଳରୁ ୪୪ ଜଣ, କୋରାପୁଟରୁ ୪୧ ଜଣ, ଜଗତସିଂହପୁରରୁ ୩୬ ଜଣ, କଟକରୁ ୩୨ ଜଣ, ଯାଜପୁରରୁ ୨୮ ଜଣ, କେନ୍ଦୁଝରରୁ ୨୪ ଜଣ, ବରଗଡ଼ରୁ ୨୨ ଜଣ, ଗଜପତିରୁ ୧୫ ଜଣ, ଝାରସୁଗୁଡାରୁ ୧୪ ଜଣ, ବାଲେଶ୍ୱରରୁ ୧୩ ଜଣ, ସୁନ୍ଦରଗଡ଼ରୁ ୧୧ ଜଣ, ଢ଼େଙ୍କାନାଳରୁ ୧୦ ଜଣ, ସୋନପୁର, ନୟାଗଡ଼, ପୁରୀ, ମାଲକାନଗିରି, ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ୪ ଜଣ ଲେଖାଏଁ, ସମ୍ବଲପୁରରୁ ୩ ଜଣ ଓ ମୟୂରଭଞ୍ଜରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୧୧୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୨ ହଜାର ୪୫୨ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ୫ ହଜାର ୫୩୩ ଜଣ ବର୍ତ୍ତମାନ ସକ୍ରିୟ ଅଛନ୍ତି।