ସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ ଅନ୍ୟସବୁ ବିଭାଗର କର୍ମଚାରୀଙ୍କ ଲାଗି ୱାର୍କ ଫ୍ରମ ହୋମ୍

ଭୁବନେଶ୍ୱର, ଏନ୍ଏନ୍ଏସ୍: କରୋନା ସଂକ୍ରମଣ ବୃଦ୍ଧି ଲାଗି ରାଜ୍ୟରେ ୪ଟି ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମରେ ୩୧ପର୍ଯ୍ୟନ୍ତ ଲକଡାଉନ କରାଯାଇଛି। ତେବେ ଏହି ଅବଧି ମଧ୍ୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ ଅନ୍ୟ ସମସ୍ତ ବିଭାଗର କର୍ମଚାରୀଙ୍କ ଲାଗି ‘ୱାର୍କ ଫ୍ରମ ହୋମ’ ସୁବିଧା ଓ ୱସାସ ସୁବିଧା ରହିବ। ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପ୍ରତିଷ୍ଠାନ, ଜିଲ୍ଲା ଓ ପୌର ପ୍ରଶାସନ, ପୁଲିସ, ଅଗ୍ନିସେବା, ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀ ଓ ଅଫିସରଙ୍କୁ ଏହି ଲକଡାଉନରୁ ବାଦ ଦିଆଯାଇଛି। ରାଜଧାନୀରେ  ଲକଡାଉନ  ହେଉଥିବାରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଲାଗି ଏହି ଗାଇଡଲାଇନ୍ ଜାରି ହୋଇଛି।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ରାଉରକେଲା ମହାନଗର ନିଗମ ସମେତ ଗଞ୍ଜାମ,ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲାର ସବୁ ଅଞ୍ଚଳରେ ଆଜି ରାତିରୁ ଲକଡାଉନ୍ ଆରମ୍ଭ ହେବ। ଏହି ସମୟ ଅବଧିରେ ରାଜ୍ୟ ସରକାରଙ୍କ ବିଭାଗଗୁଡିକର ନିଜର କର୍ମଚାରୀଙ୍କ ପାଇଁ ୱାର୍କ ଫ୍ରମ ହୋମ୍ ପ୍ରୋଟକଲକୁ ପାଳନ କରିବେ। ୱାସାସରେ ଅଫିସ କାର୍ଯ୍ୟ କରିବା ଲାଗି ଭିପିଏନ୍ ସୁବିଧା ମଧ୍ୟ ପ୍ରଦାନ କରାଯିବ। ପ୍ରତ୍ୟେକ ବିଭାଗ ନିଜର ଇସ୍ୟୁ ସେକ୍ସସନରେ କର୍ମଚାରୀଙ୍କ ରୋଷ୍ଟର ଡ୍ୟୁଟି କୁ ସୁନିଶ୍ଚିତ କରାଇବେ। ଫଳରେ ସମସ୍ତ ଡାକ ଇସ୍ୟୁ ଓ ପ୍ରାପ୍ତି ସ୍ୱୀକାର କରିହେବ ଆଉ ସେସବୁକୁ ସ୍କାନିଂ କରି ୱସାସରେ ଅପ୍ଲୋଡ କରାଯାଇପାରିବ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଚାହିଁଲେ ନିଜର କର୍ମଚାରୀଙ୍କ ପୁର୍ଣ୍ଣ କ୍ଷମତା ସହ କାର୍ଯ୍ୟ କରିପାରିବେ। ବିଭାଗର କଣ୍ଟ୍ରୋଲ ରୁମ୍ ନିୟମିତ ଭାବେ କାର୍ଯ୍ୟ କରିବ। ୱସାସ ଓ ଅନ୍ୟ ଆଇଟି ସେବା ପ୍ରଦାନ ଲାଗୀ ରାଜ୍ୟ ଆଇଟି ସେଣ୍ଟର ୨୪ଘଣ୍ଟିଆ ସହାୟତା ଯୋଗାଇ ଦେବ।