ଭୁବନେଶ୍ୱର, ୧୭ା୭/ଏନ୍ଏନ୍ଏସ୍: ଲକଡାଉନ୍ ସମୟରେ ୪ ଜିଲ୍ଲା ସମେତ ରାଉରକେଲା ସହରରେ ଗଡ଼ିବନି ଘରୋଇ ବସ୍ । ଶୁକ୍ରବାର ରାତି ୯ଟାରୁ ଯାତ୍ରୀ ପରିବହନ ଉପରେ କଟକଣା ରହିଛି। ରାଜ୍ୟରେ ଜୁଲାଇ ୩୧ ତାରିଖ ଯାଏଁ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ଘରୋଇ ବସ ମାଲିକ ସଂଘ ସୂଚନା ଦେଇଛି। କରୋନା ଯୋଗୁଁ ଏବେ ରାଜ୍ୟରେ ୧୦ ପ୍ରତିଶତ ଘରୋଇ ବସ୍ ଚଳାଚଳ କରୁଛି। ଅଳ୍ପ ବସ୍ ଚାଲୁଥିଲେ ମଧ୍ୟ ଯାତ୍ରୀ ହେଉନଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ଗାଡ଼ିମାଲିକମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୩୧ ପରେ ପରବର୍ତ୍ତୀ ପଦକ୍ଷେପ ନେଇ ବିଚାର ହେବ ବୋଲି ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ୧୬ ହଜାର ଡେଇଁଥିବା ବେଳେ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାରେ ସ୍ଥିତିି ଉଦବେଗଜନକ ରହିଛି। ଏହି ୪ ଜିଲ୍ଲା ସହ ସରକାର ରାଉରକେଲା ପୌରାଞ୍ଚଳରେ ଆଜିଠୁ ୧୪ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି।