ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ ଯୋଦ୍ଧା ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାଇଁ ରାଜ୍ୟସରକାରଙ୍କ ବଡ଼ ଘୋଷଣା। କୋଭିଡ ଡ୍ୟୁଟିରେ ଥାଇ ଆଶା କିମ୍ବା ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ ଭତ୍ତା ମିଳିବ। ମୃତକଙ୍କ ସ୍ୱାମୀ କିମ୍ବା ନିକଟ ସମ୍ପର୍କୀୟଙ୍କୁ ଅବସର ବୟସ ଯାଏ ଭତ୍ତା ମିଳିବ। ଅଙ୍ଗନବାଡ଼ି କର୍ମୀ ଡ୍ୟୁଟିରେ ଥାଇ ପ୍ରାଣ ହରାଇଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୭ ହଜାର ୫୦୦ ଟଙ୍କା ମିଳିବ। ଅନ୍ୟପଟେ ଆଶାକର୍ମୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ସମ୍ପର୍କୀୟଙ୍କୁ ମାସିକ ୫ହଜାର ଟଙ୍କା ମିଳିବ। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସମ୍ପର୍କୀୟଙ୍କୁ ଭତ୍ତା ନେଇ ଆଜି ନିର୍ଦ୍ଦେଶନାମା ଜାରି କରାଯାଇଛି।