ଭୁବନେଶ୍ୱର,ଏନ୍ଏଏନ୍ଏସ୍: ରାଜ୍ୟରେ ଏବେ ଦୈନିକ୧୦ ହଜାର କରୋନା ଟେଷ୍ଟ କରାଯିବ। ଆରଟି ପିସିଆରରେ ୭ ହଜାର ଏବଂ ୩ ହଜାର ଆଣ୍ଟିଜେନ ଟେଷ୍ଟ ହେବ। ଆଉ ୨ଲକ୍ଷ ଆଣ୍ଟିଜେନ କିଟ୍ ଅଣାଯିବାର ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଏନେଇ ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇନ୍ସ(ଆଇଏଲଏସ)ର ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ପ୍ରଦାନ କରିଛନ୍ତି। ଆମ ସମସ୍ତଙ୍କ ପାଇଁ ଏହି ୧୪ ଦିନିଆ ଲକଡାଉନ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର ଓ କଟକ ସହ ରାଉରକେଲାରୁ ୬୦ ପ୍ରତିଶତ ମାମଲା ଆସିଥିବାରୁ ଏଠାରେ ଲକଡାଉନ କରିବାର ଆବଶ୍ୟକତା ରହିଛି। ଲକଡାଉନ ମାଧ୍ୟମରେ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯିବ। ଆଗାମୀ ଦିନରେ ଉକ୍ତ ୫ଟି ଜିଲ୍ଲାରେ ଟେଷ୍ଟିଂ, ଟ୍ରେସିଂ ଓ ସର୍ଭେଲାନ୍ସକୁ ଜୋରଦାର କରାଯିବ। ଏଥିସହିତ ଡୋର ଟୁ ଡୋର ସର୍ଭେ କରାଯିବ ବୋଲି ଶ୍ରୀ ପରିଡ଼ା କହିଛନ୍ତି।