ରାଜ୍ୟରେ ଆସନ୍ତାକାଲିଠୁ ଆରମ୍ଭ ହେବ ପ୍ଲାଜମା ଥେରୋପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆସନ୍ତାକାଲିଠାରୁ ପ୍ଲାଜମା ଥେରୋପି ଆରମ୍ଭ ହେବ। ଏନେଇ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି। ଭୁବନେଶ୍ୱରର ସମ୍ ଓ କିମ୍ସ ଏବଂ କଟକର ଅଶ୍ୱିନୀ ହସ୍ପିଟାଲରେ ପ୍ଲାଜମା ଥେରୋପି ଆରମ୍ଭ ହେବ। କଟକ ଏସିବି ହସ୍ପିଟାଲ ପ୍ଲାଜମା ଥେରୋପୀର ନୋଡାଲ ସେଣ୍ଟର ଭାବେ କାର୍ଯ୍ୟ କରିବ। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରତିଦିନ ୭ହଜାର କରୋନା ଟେଷ୍ଟ କରାଯାଉଥିବାବେଳେ ସପ୍ତାହକ ମଧ୍ୟରେ ଏହାକୁ ୯ହଜାରକୁ ବୃଦ୍ଧି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଲୋକମାନେ କିପରି ସୁବିଧାରେ ଟେଷ୍ଟ କରାଇପାରିବେ ସେଥିପାଇଁ ଘରୋଇ ହସ୍ପିଟାଲକୁ ମଧ୍ୟ ଅନୁମତି ପ୍ରଦାନ କରାଯିବ। ଏଥିସହିତ ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।