କରୋନା ନେଲା ଆଉ ୪ ଜୀବନ : ସଂଖ୍ୟା ଛୁଇଁଲା ୭୪

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୪ଜଣଙ୍କର କରୋନା ଯୋଗୁ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ କଟକ, ଖୋର୍ଦ୍ଧା, ଭୁବନେଶ୍ୱର ଓ ଗଞ୍ଜାମରୁ ଜଣେ ଲେଖାଏଁ ରହିଛନ୍ତି । ଫଳରେ ମୋଟ ମୃତ୍ୟୁସଂଖ୍ୟା ୭୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, କଟକରୁ ଜଣେ ୭୧ ବର୍ଷୀୟ ବୃଦ୍ଧ ରହିଛନ୍ତି ଯିଏକି କରୋନା ବ୍ୟତୀତ କ୍ୟାନ୍ସରରେ ପୀଡ଼ିତ ଥିଲେ। ସେହିପରି ଖୋର୍ଦ୍ଧାର ଜଣେ ୪୦ ବର୍ଷୀୟ ପୁରୁଷ କରୋନାରେ ଆଖି ବୁଜିଥିବା ବେଳେ ଭୁବନେଶ୍ୱରରୁ ଜଣେ ୭୧ ବର୍ଷୀୟ ବୃଦ୍ଧ ରକ୍ତ କର୍କଟରେ ପୀଡିତ ଥିଲେ। ଅନ୍ୟଜଣେ ଆକ୍ରାନ୍ତ ଗଞ୍ଜାମର ୮୦ ବର୍ଷୀୟ ବୃଦ୍ଧ ଯିଏକି ମଧୁମେହ ଓ ହୃଦରୋଗରେ ପୀଡ଼ିତ ଥିଲେ।

ସେହିପରି ସୁନ୍ଦରଗଡ଼ର ଜଣେ ୧୩ ମାସର ଶିଶୁ ଯିଏକି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ କିନ୍ତୁ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।