ମହାନଦୀ ପ୍ରସଙ୍ଗରେ ଇସ୍ୟୁ ସେଟେଲମେଣ୍ଟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ମହାନଦୀ ବିବାଦର ଟ୍ରିବ୍ୟୁନାଲ ଶୁଣାଣି ପରେ ଆଜି ଇସ୍ୟୁ ସେଟେଲମେଣ୍ଟ ହୋଇଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଜବାବସୁଆଲ ପରେ ଦାଖଲ କରାଯାଇଥିବା ପ୍ରସଙ୍ଗରେ ସହମତି ହୋଇଛି। ଏଥିରେ ଯଦି କୌଣସି ପକ୍ଷର ଆପତ୍ତି ଥିବ ତା’ହେଲେ ସେ ଟ୍ରିବ୍ୟୁନାଲକୁ ଅବଗତ କରାଇପାରିବେ। ଏହି ପରିପ୍ରେକ୍ଷୀରେ ଉଭୟ ପକ୍ଷ ମଧ୍ୟରେ ୩୫ରୁ ୪୦ଟି ପ୍ରସଙ୍ଗ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ଓଡ଼ିଶା ଓ ଛତିଶଗଡ଼କୁ ପରସ୍ପରର ଡକ୍ୟୁମେଣ୍ଟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ ନିଜ ନିଜ ପକ୍ଷ ରଖିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୮ ତାରିଖରେ ହେବ। ଏହାପୂର୍ବରୁ ଆପୋଷ ଆଲୋଚନା ଜରିଆରେ ଇସ୍ୟୁ ସେଟେଲମେଣ୍ଟ କରିବାକୁ ଟ୍ରିବ୍ୟୁନାଲ ପରାମର୍ଶ ଦେଇଥିଲେ। ଦରକାର ପଡ଼ିଲେ ଯୁଗ୍ମ ବୈଠକ କରି ସମାଧାନର ବାଟ କାଢ଼ିବା ସହ କେନ୍ଦ୍ରୀୟ ଏଜେନ୍ସିର ସହାୟତା ମଧ୍ୟ ନେବାକୁ କହିଥିଲେ।