ବଡ଼ମ୍ବାରୁ ୩୩ ନୂଆ ପଜିଟିଭ ଚିହ୍ନଟ

କଟକ,ଏନ୍ଏନ୍ଏସ୍: ଆଜି କଟକ ଜିଲ୍ଲା ଆଠଗଡ଼ ସବଡିଭିଜନ ବଡ଼ମ୍ବାରେ ୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮ଟି ପଞ୍ଚାୟତରୁ ଏସବୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ଆଠଗଡ଼ ଉପଜିଲ୍ଲାପାଳ ଅଜମ୍ବର ମହାନ୍ତି ସୂଚନା ଦେଇଛନ୍ତି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ୩୩ଟି ନୂଆ ସଂକ୍ରମଣ ମାମଲା ମଧ୍ୟରୁ ମାତ୍ର ୨ଟି ହୋମ କ୍ୱାରେଣ୍ଟାଇନରେ ଥିବାବେଳେ ୩୧ଟି ସ୍ଥାନୀୟ ସଂକ୍ରମଣ ମାମଲା । ଏକ ପାଥୋଲାବ ଓ ସଂକ୍ରମିତ ପୁଲିସଙ୍କ ସଂସ୍ପର୍ଶରେ ଆସି ଏମାନେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି ।