ସ୍ମାର୍ଟ ଫୋନରେ ହେବ ଡିପ୍ଲୋମା ପରୀକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ଡିପ୍ଲୋମା ଛାତ୍ରଛାତ୍ରୀମାନେ ସ୍ମାର୍ଟ ଫୋନରେ ପରୀକ୍ଷା ଦେଇପାରିବେ। ଏଥିରେ ଯେଉଁ ଛାତ୍ରଛାତ୍ରୀଙ୍କ ନିକଟରେ ଲାପଟପ କିମ୍ବା କମ୍ପ୍ୟୁଟରର ସୁବିଧା ନଥିବ ସେମାନେ ଘରେ ରହି ନିଜ ସ୍ମାର୍ଟ ଫୋନରେ ପରୀକ୍ଷା ଦେଇପାରିବେ। ଏନେଇ ଷ୍ଟେଟ କାଉନସିଲ ଫର ଟେକ୍ଲିକାଲ ଏଜୁକେସନ ଏଣ୍ଡ ଭେକେସନାଲ ଟ୍ରେନିଂ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।

ଚଳିତ ବର୍ଷ ପ୍ରାୟ ୨୫ ହଜାର ଛାତ୍ରଛାତ୍ରୀ ଡିପ୍ଲୋମା ପରୀକ୍ଷା ଦେବେ। ଅଗଷ୍ଟ ୧ରୁ ୨୦ ତାରିଖ ଯାଏଁ ପରୀକ୍ଷା ହେବ ଓ ୭ ଦିନ ମଧ୍ୟରେ ରେଜଲ୍ଟ ବାହାରିବ।