ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲିଠାରୁ ଭୁବନେଶ୍ୱର ସ୍ଥିତ ଏମସ ହସ୍ପିଟାଲର ଓପିଡି ସେବା ବନ୍ଦ ରହିବ। ଏନେଇ ଭୁବନେଶ୍ୱର ଏମସ ନିର୍ଦ୍ଦେଶିକା ବି ଗୀତାଞ୍ଜଳି ସୂଚନା ଦେଇଛନ୍ତି। କର୍ମଚାରୀଙ୍କ ଅଭାବ ଯୋଗୁଁ ଓପିଡି ବନ୍ଦ ରହୁଥିବା ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ଗତଦିନରେ ଏମସ ହସ୍ପିଟାଲର କିଛି କର୍ମଚାରୀ କରୋନା ପଜିଟିଭ ଆସିଥିଲେ। ସେହିପରି ତାଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀମାନେ କ୍ୱାରେଣ୍ଟାଇନରେ ଅଛନ୍ତି। ତେଣୁ ହସ୍ପିଟାଲରେ କର୍ମଚାରୀ ଅଭାବକୁ ଦୃଷ୍ଟିରେ ରଖି ଓପିଡି ସେବାକୁ କିଛିଦିନ ପାଇଁ ବନ୍ଦ କରାଯାଇଥିବା ଗୀତାଞ୍ଜଳି ସୂଚନା ଦେଇଛନ୍ତି। ତେବେ ଏହି ସମୟରେ ରୋଗୀମାନେ ଟେଲିମେଡିସିନ ସର୍ଭିସ ଜରିଆରେ ଡାକ୍ତରଙ୍କ ସହ ଯୋଗାଯୋଗ କରିପାରିବେ। ସେହିପରି ରୋଗୀମାନେ ଏମସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ ଜରିଆରେ ମଧ୍ୟ ଡାକ୍ତରଙ୍କ ସହ ଯୋଗାଯୋଗ କରିପାରିବେ। ତେବେ ଏହି ଆପଟି ଆସନ୍ତାକାଲି ଲଞ୍ଚ ହେବ ବୋଲି ସେ କହିଛନ୍ତି।