ଚଳିତ ଶିକ୍ଷା ବର୍ଷରେ ୩୦ % ରୁ ଅଧିକ ପାଠ୍ୟକ୍ରମ କମିପାରେ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନବମରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମରେ ସିବିଏସଇ ୩୦ % ସିଲାବସ ହ୍ରାସ ପ୍ରସଙ୍ଗ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇଛନ୍ତି। ଏହି ନିଷ୍ପତ୍ତି ଉପରେ ବିଚାର କରାଯିବ ବୋଲି ବୋଲି ଶ୍ରୀ ଦାଶ ଜଣାଇଛନ୍ତି। ସ୍କୁଲ ଖୋଲିବା ପରେ କେତେ ପ୍ରତିଶତ ପାଠ ପାଢାଯିବ ସେ ନେଇ ନିଷ୍ପତ୍ତି ହେବ। ଖାଲି ୩୦ % ନୁହେଁ ଆବଶ୍ୟକ ପଡିଲେ ତା ଠାରୁ ଅଧିକ ପାଠ୍ୟକ୍ରମ ହ୍ରାସ ହୋଇପାରେ ବୋଲି ସେ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି।