ଭୁବନେଶ୍ୱରରୁ ୪୬ କରୋନା ପଜିଟିଭ ଚିହ୍ନଟ: କ୍ୱାରେଣ୍ଟାଇନରୁ ୨୨, ସ୍ଥାନୀୟ ୨୪

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ୪୬ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୨ଜଣ ଓ ସ୍ଥାନୀୟ ୨୪ଜଣ ରହିଛନ୍ତି। ଏଥିସହିତ ୧୮ଜଣ ଆରୋଗ୍ୟ ଲାଭ କରିଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଆଇଗିଣିଆ ଓ ରସୁଲଗଡ଼ରୁ ୩ ଲେଖାଏଁ, ଚନ୍ଦ୍ରଶେଖରପୁରର ପ୍ରଗତି ବିହାର, ପାହାଳ, ଗ୍ୟାରେଜ ଛକ, ପୁରୁଣା ଭୁବନେଶ୍ୱର ଓ ବରମୁଣ୍ଡାରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ନୂଆଗାଁ ଲକ୍ଷ୍ମୀନଗର ଅଞ୍ଚଳରୁ ୨, ଡୁମଡୁମାରୁ ୩, ଝାରପଡ଼ା, ଚିନ୍ତାମଣିଶ୍ୱର, ପାତ୍ରପଡ଼ା ଓ ନାକା ଗେଟ ଅଞ୍ଚଳରୁ ଜଣେ ଲେଖାଏଁ କରୋନାରେ ସଂକ୍ରମିତ ହୋଇଛନ୍ତି।

ଅନ୍ୟପଟେ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆରଟିଓ-୧ ଅଫିସର ୪ଜଣ କର୍ମଚାରୀ, ଏକ ଘରୋଇ ହସ୍ପିଟାଲର ୩ଜଣ କର୍ମଚାରୀ, ପାତ୍ରପଡ଼ା, କଟକ ରୋଡ, ୟୁନିଟ-୮, ନୟାପଲ୍ଲୀ, ବୋମିଖାଲ ଓ ପୋଖରୀପୁଟରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ସରକାରୀ ହସ୍ପିଟାଲର ୨ଜଣ କର୍ମଚାରୀ, କଳୋଥିଆ, ଜୟଦେବ ବିହାର, କଳିଙ୍ଗନଗର, ପାତ୍ରପଡ଼ା ଖଣ୍ଡିଗିରି ଓ ଅନ୍ୟ ଜିଲ୍ଲାରୁ ଜଣେ ଲେଖାଏଁ କରୋନାରେ ସଂକ୍ରମିତ ହୋଇଛନ୍ତି। ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନ୍ୟ ଜିଲ୍ଲାର ଜଣେ ମଧ୍ୟ ଏଥିରେ ସାମିଲ ଅଛନ୍ତି।

ଆଜି ସୁସ୍ଥ ହୋଇଥିବା ୧୮ଜଣଙ୍କ ମଧ୍ୟରେ ନୟାପଲ୍ଲୀ ଓ ସିରିପୁର ଲକ୍ଷ୍ମୀବଜାର ବସ୍ତିରୁ ୪ଜଣ ଲେଖାଏଁ, ଚକେଇସିଆଣୀ ହାଡ଼ବାଇ ବସ୍ତିରୁ ୨ଜଣ, ୨ଟି ଘରୋଇ ହସ୍ପିଟାଲର ୨ଜଣ କର୍ମଚାରୀ, ନିଳାଦ୍ରୀବିହାର, ଚକେଇସିଆଣୀ ମଞ୍ଚେନାଥ ହାଇସ୍କୁଲ, ଅଶୋକ ନଗର, ବରମୁଣ୍ଡା, ଚନ୍ଦ୍ରଖେରପୁର ବିଡିଏ କଲୋନୀ ଓ ନୟାପଲ୍ଲୀ ଏନ୍-୩ ପାର୍କ ନିକଟରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, କଟକରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୫ ହୋଇଥିବାବେଳେ ୨୯୫ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୭ଜଣଙ୍କର ମୃତ୍ୟୁ ଘଟିଛି ଓ ୨୨୨ଜଣ ଚିକିତ୍ସାଧୀନ ଅଛନ୍ତି।