ଫୁଲବାଣୀ,ତୁମୁଡ଼ିବନ୍ଧ,ବେଲଘର,ଏନ୍ଏନ୍ଏସ୍: ପୁଲିସ ଗୁଳିରେ ଆଜି ଜଣେ ମାଓବାଦୀ ନିହତ ହୋଇଥିବାବେଳେ ଅନ୍ୟ କେତେଜଣ ଆହତ ହୋଇଥିବା ଜଣାପଡ଼ିଛି। ନିହତ ମାଓବାଦୀଙ୍କ ମୃତ ଶରୀର ଆଜି ସକାଳେ ଫୁଲବାଣୀ ପୁଲିସ୍ ରିଜର୍ଭ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏସପି ପ୍ରତିକ୍ ସିଂ ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ରବିବାର ତୁମୁଡିବନ୍ଧ ଥାନା ସିର୍ଲା ପଞ୍ଚାୟତ ସିରିକୁଟି ଜଙ୍ଗଲରେ ପୁଲିସର ଏସଓଜି ଓ ଡିବିଏଫର ମିଳିତ ଟିମ ସହ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୪ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ମାଓବାଦୀମାନେ ଗ୍ରାମବାସୀଙ୍କୁ ଧମକଚମକ ଦେଉଥିଲେ। ଏହି ସୂଚନା ପାଇବାପରେ ପୁଲିସ କୁମ୍ବିଂ ଅପରେସନକୁ ପୁଣି ଜୋରଦାର କରିଥିଲା। ମୃତ ମାଓବାଦୀଙ୍କ ନିକଟରୁ ଦୁଇଟି ଦେଶି ବନ୍ଧୁକ ସହ ଏକ କିଟ୍ ମିଳିଥିବା ଏସପି ଶ୍ରୀ ସିଂ କହିଛନ୍ତି।
