କରୋନାରେ ଆଖି ବୁଜିଲେ ଆଉ ୪: ସଂଖ୍ୟା ୪୨କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ଆଉ ୪ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ କରୋନାଜନିତ ମୃତ୍ୟୁସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ଓପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମୃତ୍ୟୁବରଣ କରିଥିବା ୪ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୩ଜଣ ଓ କଟକରୁ ଜଣେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ଜଣେ ୭୦ ବର୍ଷୀୟ ବୃଦ୍ଧ ରହଛନ୍ତି ଯିଏକି କରୋନା ବ୍ୟତୀତ ମଧୁମେହ ରୋଗରେ ପୀଡ଼ିତ ଥିଲେ। କଟକରୁ ଜଣେ ୪୮ ବର୍ଷୀୟ ପୁରୁଷ ରହିଛନ୍ତି ଯିଏକି ଯକୃତ ଓ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ। ସେହିପରି ଗଞ୍ଜାମରୁ ଜଣେ ୬୦ ବର୍ଷୀୟ ବୃଦ୍ଧ ରହିଛନ୍ତି ଯିଏକି କରୋନା ବ୍ୟତୀତ ମଧୁମେହରେ ପୀଡ଼ିତ ଥିଲେ । ଅନ୍ୟଜଣେ ଗଞ୍ଜାମର ୫୩ ବର୍ଷୀୟ ପୁରୁଷ ମଧ୍ୟ କରୋନାରେ ଆଖି ବୁଜିଛନ୍ତି।

ଅନ୍ୟପଟେ କରୋନାରେ ପୀଡ଼ିତ ଆଉ ୨ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ କ୍ୟାନସର ଯୋଗୁ ସେମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସେମାନଙ୍କ ମଧ୍ୟରେ ଜଣେ କଟକର ୮୦ ବର୍ଷୀୟ ବୃଦ୍ଧ ଓ ଅନ୍ୟଜଣେ ମୟୁରଭଞ୍ଜର ୪୫ ବର୍ଷୀୟ ପୁରୁଷ ରହିଛନ୍ତି।