ଭୁବନେଶ୍ୱର ଇଏସଆଇ ହସ୍ପିଟାଲ କଲୋନୀରେ ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀର ଇଏସଆଇ ହସ୍ପିଟାଲ କଲୋନୀରୁ ଜଣେ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଆକ୍ରାନ୍ତଙ୍କୁ କିମ୍‌ସ ସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଇଏସଆଇ ହସ୍ପିଟାଲ ଅଧୀକ୍ଷକ ସୂଚନା ଦେଇଛନ୍ତି। ତେବେ ସେ କାହାଠାରୁ ସଂକ୍ରମିତ ହେଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ସେ ଗତ କିଛିଦିନ ତଳେ ଥଣ୍ଡା ଓ ଜ୍ୱରରେ ପୀଡ଼ିତ ଥିଲେ। ତେଣୁ ତାଙ୍କର ସ୍ୱାବ ପରୀକ୍ଷା ପାଇଁ ନମୁନା ପଠାଯାଇଥିଲା। ଗତକାଲି ଟେଷ୍ଟ ରିପୋର୍ଟ ଆସିବା ପରେ ସେ କରୋନା ସଂକ୍ରମିତ ଥିବା ମେଡ଼ିକାଲ ଅଧୀକ୍ଷକ କହିଛନ୍ତି।