ମଧୁବାବୁ ପେନସନ ଯୋଜନାରେ କିନ୍ନରମାନଙ୍କୁ ମିଳିବ ସହାୟତା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାମାଜିକ ସୁରକ୍ଷା ଯୋଜନାରେ କିନ୍ନର ପାଇବେ ସହାୟତା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। କିନ୍ନରମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବ। ଭତ୍ତା ପାଇଁ ସେମାନେ ପେନସନ ପୋର୍ଟାଲ କିମ୍ବା ଫର୍ମ ଜରିଆରେ ଆବେଦନ କରିପାରିବେ। ଏଥିରେ ରାଜ୍ୟର ପ୍ରାୟ ୬ ହଜାର କିନ୍ନର ଉପକୃତ ହେବେ ବୋଲି ଜଣାପଡ଼ିଛି।

ଏଥିସହ ମଧୁବାବୁ ପେନସନ ପାଉଥିବା ୪୮ ଲକ୍ଷ ହିତାଧିକାରୀଙ୍କୁ ଆଉ ଏକ ହଜାର ଟଙ୍କା ଆସନ୍ତା ୪ ମାସ ପାଇଁ ଅଗ୍ରିମ ଦିଆଯିବ ବୋଲି ନିଷ୍ପତି ହୋଇଛି। ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।