ସିଲ୍ ହେଲା ଭୁବନେଶ୍ୱରର ରୁଚିକା ନର୍ସିଂହୋମ

ଭୁୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରୁଚିକା ନର୍ସିଂହୋମ ସିଲ୍ ହୋଇଛି। ବରମୁଣ୍ଡା ଜିବି କୋଲନୀରେ ଥିବା ଏହି ନର୍ସିଂହୋମରେ ଆଜି ବିଏମସି ଓ ବିଡିଏର ଟିମ୍ ଚଢଉ କରିଥିଲେ। ନର୍ସିଂହୋମ୍ କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରିବାର ଅଧିକାରୀଙ୍କ ଦୃଷ୍ଟିକୁ ଆସିଥିଲା। ଏହାପରେ ନର୍ସିଂହୋମକୁ ସିଲ୍ କରାଯାଇଛି । ନର୍ସିଂହୋମ ବାହାରେ କ୍ଲୋଜର ନୋଟିସ ମଧ୍ୟ ଲଗାଯାଇଛି। ବିଏମସି ପକ୍ଷରୁ ସିଲ୍ କରାଯିବା ପରେ ଏଣିକି ନର୍ସିଂହୋମ ପକ୍ଷରୁ ଆଉ ନୂଆ ରୋଗୀ ନିଆଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ହୋଇଛି।