ଭୁବନେଶ୍ୱର,ଏନ୍ଏନ୍ଏସ୍: ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ବର୍ଷକର ରିପୋର୍ଟ ଦେଇଛନ୍ତି। ଏଥିରେ ସେ କହିଛନ୍ତି ଯେ ସାଂସଦ ଭାବେ ୩ଟି ବଡକାମ କରିଛି ଏବଂ ଆହୁରି ଅନେକ କାମବାକି ଅଛି। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏହି ରିପୋର୍ଟ କାର୍ଡ ୫୬ ପୃଷ୍ଠାର। ଏହି ରିପୋର୍ଟ କାର୍ଡ ଉଭୟ ଇଂରାଜୀ ଓ ଓଡ଼ିଆରେ ପ୍ରକାଶ ପାଇଛି। ଜନ ଅଭିଯୋଗ ଶୁଣାଣି ଓ ସମାଧାନ ପାଇଁ ସାଂସଦରେ ଗୁରୁତ୍ୱ ଦେଇଛନ୍ତି। ଭରସା ନାମକ ଏକ ଲୋକକଲ୍ୟାଣ ପାଣ୍ଠି କରି ୫ ହଜାର ୫ ଶହ ଅସହାୟ ଲୋକଙ୍କୁ ୧୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।
