ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲି ଠାରୁ ଅନଲକ-୨ରେ ଆରମ୍ଭ ହେବ। ଏହି ସମୟରେ କଣ ଖୋଲା ରହିବ ଓ ବନ୍ଦ ରହିବ ସେନେଇ ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଗଷ୍ଟ ୩୧ ପର୍ଯ୍ୟନ୍ତ ରାଜ୍ୟରେ ସ୍କୁଲ, କଲେଜ, ଜିମ୍, ମଲ ଆଦି ବନ୍ଦ ରହିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, ରାଜ୍ୟ ସରକାର ଲକଡାଉନ ସମୟରେ ଜୀବନ ଜୀବିକା ଉପରେ ଗୁରୁତ୍ୱ ଦେଉଛନ୍ତି । ତେଣୁ କେନ୍ଦ୍ରର ନିର୍ଦ୍ଦେଶାବଳୀରେ କିଛିଟା ପରିବର୍ତ୍ତନ କରିଛନ୍ତି। ସେହି ନିୟମଗୁଡିକ ହେଉଛି

ମାସ୍କ ନ ପିନ୍ଧୁ ନଥିବା ଓ ସାମାଜିକ ଦୂରତା ନ ରଖୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କଠୋର ପଦକ୍ଷେପ
ଗ୍ରାମାଞ୍ଚଳରେ କୋଭିଡ କେୟାର କମିଟି ଗଠନ
ହଟସ୍ପଟ ଅଞ୍ଚଳ ପାଇଁ ଜିଲ୍ଲାପାଳମାନେ ସ୍ୱତନ୍ତ୍ର ପଦକ୍ଷେପ ନେବେ
ସରକାରଙ୍କ ସବୁ ବିଭାଗ କରୋନା ଯୁଦ୍ଧରେ ସକ୍ରିୟ ରହିବେ
ପଞ୍ଚାୟତ ଓ ଟିଏମସିରେ କୋଭିଡ କେୟାର ହୋମ ବ୍ୟବସ୍ଥା
କରୋନା ଯୋଦ୍ଧାଙ୍କ ସୁରକ୍ଷାକୁ ଗୁରୁତ୍ୱ
ପ୍ରଶାସନର ବରିଷ୍ଠ ଅଧିକାରୀ ସତର୍କ ରହିବେ