ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଆଉ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଗୋଟିଏ ହୋମକ୍ୱାରେଣ୍ଟାଇନ ଓ ୫ଟି ସ୍ଥାନୀୟ ମାମଲା ରହିଛି। ଏଥିସହିତ ୧୧ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରୁ ସିରିପୁର ଲକ୍ଷ୍ମୀବଜାର ବସ୍ତିରୁ ୩ଜଣ, ବୋମିଖାଲରୁ ଜଣେ ନାବାଳକ ଓ ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଜଣେ ଯୁବକ ରହିଛିନ୍ତି। ଅନ୍ୟପଟେ ହୋମ୍ କ୍ୱାରେଣ୍ଟଇନରେ ଥିବା ଜଣେ ରେଳ କର୍ମଚାରୀ ରହିଛନ୍ତି ଯିଏକି ଦିଲ୍ଲୀରୁ ଫେରିଥିଲେ।
