ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୨୨ଟି ଜିଲ୍ଲାରୁ ୨୦୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୯୨ଟି କ୍ୱାରେଣ୍ଟାଇନ ଓ ୧୪ଟି ସ୍ଥାନୀୟ ମାମଲା ରହିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୦୬୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରିରୁ ସର୍ବାଧିକ ୩୬, ଯାଜପୁରରୁ ୨୮, କୋରାପୁଟରୁ ୧୮, ଜଗତସିଂହପୁର ଓ କଟକରୁ ୧୭ ଲେଖାଏଁ, ବଲାଙ୍ଗିରରୁ ୧୬, ଦେଓଗଡ଼ରୁ ୧୫, ଖୋର୍ଦ୍ଧା ଓ ମୟୁରଭଞ୍ଜରୁ ୭ ଲେଖାଏଁ, କେଉଁଝର ଓ ଅନୁଗୁଳରୁ ୬ ଲେଖାଏଁ ଓ ବଲାଙ୍ଗିର ଜିଲ୍ଲାରୁ ୫ଜଣ ରହିଛନ୍ତି। ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ୪ ଲେଖାଏଁ, ଗଞ୍ଜାମ ଓ ଝାରସୁଗୁଡ଼ାରୁ ୩ ଲେଖାଏଁ, ସୁନ୍ଦରଗଡ଼ରୁ ୨, ବୌଦ୍ଧ, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗରୁ ଫେରିଥିବା ଏନଡିଆରଏଫର ଜଣେ ଯବାନ ମଧ୍ୟ ଏଥିରେ ସାମିଲ ଅଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୬୫ ହଜାର ୪୩୧ଟି କରୋନା ଟେଷ୍ଟ ହୋଇଥିବାବେଳେ ୭,୦୬୫ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛିି। ସେହିପରି ୪,୯୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨୩ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୨.୦୮୭ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।