ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହୋମ କ୍ୱାରେଣ୍ଟାଇନ ଓ ୮ଜଣ ସ୍ଥାନୀୟ ରହିଛନ୍ତି। ଏଥିସହିତ ୧୦ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଏୟାପୋର୍ଟ କଲୋନୀର ଜଣେ ମହିଳା ରହିଛନ୍ତି ଯାହାଙ୍କ ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି। ଅନ୍ୟପଟେ ସିରିପୁରରୁ ୨ଜଣ ମହିଳା ଓ ୨ଜଣ ପୁରୁଷ, ଆରବିଆଇ ଅଫିସରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡ ଓ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ୩ଜଣ ପୁରୁଷ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି।
