ରାଜ୍ୟରେ ସୁସ୍ଥସଂଖ୍ୟା ୪ ହଜାର ଟପିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୧୩୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୪,୧୨୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ୧୩୫ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୯, ଖୋର୍ଦ୍ଧାରୁ ୧୯, କଳାହାଣ୍ଡିରୁ ୧୬, ଜଗତସିଂହପୁରରୁ ୧୪, ବାଲେଶ୍ୱରରୁ ୭ ଓ କଟକ ଜିଲ୍ଲାରୁ ୬ ଜଣ ରହିଛନ୍ତି। ସେହିପରି ଅନୁଗୁଳ, ଯାଜପୁର ଓ ପୁରୀରୁ ୪ ଲେଖାଏଁ, ସୁନ୍ଦରଗଡ଼ରୁ ୩, କେଉଁଝର ଓ କେନ୍ଦ୍ରାପଡ଼ାରୁ ୨ଲେଖାଏଁ, ବରଗଡ଼, ଭଦ୍ରକ, ଝାରସୁଗୁଡ଼ା, ମୟୁରଭଞ୍ଜ, ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୭୫୨ ହୋଇଥିôବାବେଳେ ୪,୧୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୧,୬୩୨ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।