ଶ୍ରୀମନ୍ଦିର ସେବାୟତଙ୍କ ପୁଣି ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ସେବାୟତଙ୍କର ଦ୍ୱିତୀୟ ଥର ପାଇଁ କୋଭିଡ ଟେଷ୍ଟ ହେବ। ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ରା ଏହି ସୂଚନା ଦେଇଛନ୍ତି। ପୂର୍ବରୁ ସେବାୟତଙ୍କ କୋଭିଡ ଟେଷ୍ଟ କରାଯାଇଥିଲା ହେଲେ ଜଣଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଅଢ଼େଇ ହଜାର ସେବାୟତଙ୍କ ଦ୍ୱିତୀୟ ରାଉଣ୍ଡ କୋଭିଡ ଟେଷ୍ଟ ହେବ ବୋଲି ଜଣାପଡ଼ିଛି। ୨୮ ତାରିଖ ଦକ୍ଷିଣ ମୋଡ଼ ପୂର୍ବରୁ ଏହି କୋଭିଡ ଟେଷ୍ଟ ପ୍ରକ୍ରିୟା ଶେଷ ହେବ। ଆଉ ଯେଉଁମାନଙ୍କ ଟେଷ୍ଟ ରିପୋର୍ଟ ନେଗେଟିିଭ ଆସିବ ସେମାନେ ବାହୁଡ଼ା ଯାତ୍ରାରେ ସାମିଲ ହେବେ। ଏଥିସହିତ ସେବାୟତଙ୍କ ପରିବାରକୁ କରୋନା ସମ୍ବନ୍ଧରେ ସଚେତନ କରାଯିବ।
ସେହିପରି ସେବାୟତଙ୍କ ବ୍ୟତୀତ ରଥଯାତ୍ରାରେ ସାମିଲ ହୋଇଥିବା ୫ ହଜାର ବ୍ୟକ୍ତିଙ୍କ କୋଭିଡ ଟେଷ୍ଟ କରାଯିବ। ଏଥିରେ ପୁଲିସ ଓ ସଫେଇ କର୍ମଚାରୀ ସାମିଲ ରହିଛନ୍ତି। ଏଥିସହିତ ପୁରୀ ସହରକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ।