ଅଶ୍ୱିନୀ ପୂଜାହାରୀଙ୍କୁ ନୋଟିସ୍ ଜାରି

ଭୁବନେଶ୍ୱର,୨୭ା୮/ଏନ୍ଏନ୍ଏସ୍: ଓଡ଼ିଶା କାଉସେଲିଂ ଅଫ୍‌ ମେଡିକାଲ ରେଜିଷ୍ଟ୍ରେସନ(ଓସିଏମ୍ଆର) ପକ୍ଷରୁ ରୋଗୀଙ୍କୁ ଲୁଣ ଚିକିତ୍ସା ସମ୍ପର୍କିତ ଅଭିଯୋଗରେ ଭିମ୍‌ସାର ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ନୋଟିସ୍ କରାଯାଇଛି।
ଏ ନେଇ ସେପ୍ଟେମ୍ବର ୬ରେ କାଉନସିଲ ଏଥିକ୍ସ କମିଟି ଆଗରେ ବ୍ୟକ୍ତିଗତ ହାଜର ହେବେ ପୂଜାହାରୀ। ଯଦି ପୂଜାହାରୀ ହାଜର ନହୁଅନ୍ତି ତେବେ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ଓସିଏମ୍ଆର୍‌ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଅଶ୍ୱିନୀ ପୂଜାହାରୀ ଭିମ୍‌ସାରର ନିର୍ଦ୍ଦେଶକ ଥିବାବେଳେ ରୋଗୀଙ୍କୁ ଲୁଣ ଚିକିତ୍ସା କରିଥିଲେ। କ୍ୟାନସରେ ପୀଡ଼ିତ ଜଣେ ରୋଗୀଙ୍କ ଅପରେସନ୍‌ ସମୟରେ ରୋଗୀଙ୍କ ଅନ୍ତଃନଳୀରେ ଖାଇବା ଲୁଣ ଢାଳି ଦେଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କିତ ଭିଡିଓ ଭାଇରାଲ୍ ହେବା ପରେ ପୂଜାହାରୀଙ୍କୁ ତୀବ୍ର ବିରୋଧ କରାଯାଇଥିଲା।