Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଓଡ଼ିଶା ଏଫସିରେ ଶୁଭମଙ୍କ ପ୍ରତିଦ୍ୱନ୍ଦ୍ୱୀ କମଲପ୍ରୀତ୍ ସିଂ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଓଡ଼ିଶା ଏଫସିରେ ଶୁଭମଙ୍କ ପ୍ରତିଦ୍ୱନ୍ଦ୍ୱୀ କମଲପ୍ରୀତ୍ ସିଂ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଭାରତୀୟ ବିଭିନ୍ନ ଏଜଗ୍ରୁପ୍ ଦଳ ତଥା ଗତ ଦୁଇ ବର୍ଷ ଧରି ଇଷ୍ଟ ବେଙ୍ଗଲ ପକ୍ଷରୁ ଆଇ-ଲିଗ୍ ଖେଳୁଥିବା ଡିଫେଣ୍ଡର କମଲପ୍ରୀତ୍ ସିଂ ଓଡ଼ିଶା ଫୁଟବଲ କ୍ଲବ୍ (ଓଏଫସି) ପକ୍ଷରୁ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସଏଲ୍) ଖେଳିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି। ସେ ଆସନ୍ତା ୨ ବର୍ଷ ଲାଗି ଏହି ଭୁବନେଶ୍ୱର ଭିତ୍ତିକ କ୍ଲବ୍ ପକ୍ଷରୁ ଖେଳିବେ। ୨୦୧୭-୧୮ ସିଜନରେ ଆଇ-ଲିଗ୍ ଚାମ୍ପିଅନ୍ ମିନର୍ଭା ପଞ୍ଜାବ ପକ୍ଷରୁ ଖେଳି ପ୍ରଫେସନାଲ ଫୁଟବଲରେ କ୍ୟାରିୟର ଆରମ୍ଭ କରିଥିଲେ କମଲପ୍ରୀତ୍। ଇଷ୍ଟ ବେଙ୍ଗଲ ପକ୍ଷରୁ ସେ ରାଇଟ୍ ଫୁଲ୍ ବ୍ୟାକ୍ ଭାବେ ଖେଳୁଥିଲେ।

ଏହି ପ୍ରତିଭାବାନ ଖେଳାଳିଙ୍କୁ ଦଳରେ ପାଇ ଆମେ ବେଶ ଉତ୍ସାହିତ ଅଛୁ। ସେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ଲାଗି ଓଡ଼ିଆ ଖେଳାଳି ଶୁଭମ୍ ଷଡଙ୍ଗୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଓଏଫ୍ସି ସଭାପତି ରୋହନ ଶର୍ମା କହିଛନ୍ତି। ପଞ୍ଜାବ ଜନ୍ମିତ ଏହି ୨୨ ବର୍ଷିୟ ଖେଳାଳି ଭାରତ ଲାଗି ବିଭିନ୍ନ ଏଜ୍ ଗ୍ରୁପ୍ ଟିମ୍ରେ ପ୍ରତିନିଧିତ୍ୱ କରିଥିଲେ। ଆଇ-ଲିଗରେ ଇଷ୍ଟ ବେଙ୍ଗଲର ନିୟମିତ ଖେଳି ଢେର୍ ଅଭିଜ୍ଞତା ହାସଲ କରିଛନ୍ତି। ତାଙ୍କୁ ଦଳରେ ସାମିଲ କରାଯିବା ପରେ ବିଭିନ୍ନତା ବଢିଛି ବୋଲି ରୋହନ କହିଛନ୍ତି। ‘ଆମେ ରକ୍ଷଣଭାଗକୁ ମଜଭୁତ କରିବାକୁ ଚାହୁଁଥିଲୁ।

କମଲପ୍ରୀତଙ୍କ ସାମିଲ ଆମକୁ ଏହା ପ୍ରଦାନ କରିଛି। ଏହା ଫଳରେ ଆମେ ଆଉ ରକ୍ଷଣଭାଗକୁ ନେଇ ଚିନ୍ତିତ ହେବାକୁ ପଡ଼ିବ ନାହିଁ’ ବୋଲି ରୋହନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେହିପରି କମଲପ୍ରୀତଙ୍କ ମତରେ ଓଡ଼ିଶା ଏଫସି ଲାଗି ମୋର କିଛିଟା ସ୍ୱତନ୍ତ୍ର ଯୋଜନା ରହିଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ସହ ଦଳ ଲାଗି ଉଲ୍ଲେଖନୀୟ ସଫଳତା ହାସଲ କରିବା ଟାର୍ଗେଟ କରିଛି ବୋଲି କମଲପ୍ରୀତ୍ ସିଂ କହିଛନ୍ତି।