Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଦିନକରେ ସର୍ବାଧିକ ୧୭୮ ଆକ୍ରାନ୍ତ ସୁସ୍ଥ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଦିନକରେ ସର୍ବାଧିକ ୧୭୮ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟ ପାଇଁ ଆଜି ଏକ ବଡ଼ ଖବର। ଦିନକରେ ସର୍ବାଧିକ ୧୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ମୋଟ ସୁସ୍ଥସଂଖ୍ୟା ୧୮୯୪କୁ ବୃଦ୍ଧି ପାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ପ୍ରଦାନ କରିଛନ୍ତି।

ଆଜି ସୁସ୍ଥ ହୋଇଥିବା ୧୭୮ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୯, ଗଜପତିରୁ ୨୩, ନୂଆପଡ଼ାରୁ ୨୨, ଭଦ୍ରକରୁ ୧୭, ନୟାଗଡରୁ ୧୪, ଗଞ୍ଜାମରୁ ୧୪, କେନ୍ଦ୍ରାପଡ଼ାରୁ ୧୦, ଢ଼େଙ୍କାନାଳ ଓ କନ୍ଧମାଳ ଜିଲ୍ଲାରୁ ୯ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୬, ବାଲେଶ୍ୱରରୁ ୪, କଟକ, ବଲାଙ୍ଗିର ଓ ମାଲକାନଗିରିରୁ ୨ଜଣ ଲେଖାଏଁ ଏବଂ ଜଗତସିଂହପୁର, ଝାରସୁଗୁଡ଼ା, ପୁରୀ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଏଯାବତ ମୋଟ ୨୮୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୯୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୯୫୧ଜଣ ଚିକିତ୍ସାଧୀନ ଅଛନ୍ତି ଓ ୯ଜଣଙ୍କର ମୃତ୍ୟୁ ଘଟିଛି।