ସୁସ୍ଥ ହେଲେ ଦ୍ୱିତୀୟ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ସୁସ୍ଥ ହେଲେ ଦ୍ୱିତୀୟ କରୋନା ଆକ୍ରାନ୍ତ। ଚିକିତ୍ସା ପରେ ତାଙ୍କର ନମୁନା ନେଗେଟିଭ୍ ଆସିବା ପରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ବର୍ତ୍ତମାନ ସେ ଏମ୍ସରେ ଚିକିତ୍ସିତ ହେଉଥିଲା ବେଳେ ତାଙ୍କୁ ଏବେ ଡିସଚାର୍ଜ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଖବର ଆସିବା ପରେ ରାଜ୍ୟ ଓ ଦେଶ ପାଇଁ ଆଶ୍ୱସ୍ତି ଆଣିଛି।

ସୂଚନାଥାଉ କି, ଏହି ୨୦ ବର୍ଷିୟ ଆକ୍ରାନ୍ତ ଗତ ୧୮ ତାରିଖରେ ୟୁକେରୁ ଫେରି ଭୁବନେଶ୍ୱରରେ ପହଞ୍ଚିଥିଲେ। ଏହା ପରେ ତାଙ୍କଠାରେ କରୋନା ଭାଇରସ୍ ଜନିତ ଲକ୍ଷଣ ପରିଲକ୍ଷିତ ହେବାରୁ ତାଙ୍କ ସ୍ୱାବ୍ ପରୀକ୍ଷଣ କରାଯାଇଥିଲା। ରିପୋର୍ଟ ପଜେଟିଭ୍ ଆସିବା ପରେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା।