ସରକାରୀ ପୋର୍ଟାଲରେ ଭଉଣୀ ଗୀତା ମେହେଟ୍ଟାଙ୍କ ନାଁ ପଞ୍ଜୀକରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ ଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ସଚେତନତା ବାର୍ତ୍ତା ଦେବା ସହ କରୋନା ମୁକାବିଲା ପାଇଁ ବିଦେଶ ଫେରନ୍ତାଙ୍କ ଲାଗି ଉଦ୍ଦିଷ୍ଟ ରାଜ୍ୟ ସରକାରଙ୍କ କୋଭିଡ଼୍-୧୯ ସରକାରୀ ପୋର୍ଟାଲରେ ନିଜ ଭଉଣୀ ଗୀତା ମେହେଟ୍ଟାଙ୍କ ନା ପଞ୍ଜୀକରଣ କରିଛନ୍ତି । ବଡ଼ ଭଉଣୀ ବିଦେଶରୁ ଫେରିଥିବାରୁ ତାଙ୍କ ନା ଏହି ପୋର୍ଟାଲରେ ପଞ୍ଜୀକରଣ କରିଥିବା ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଜଣାଇଛନ୍ତି । ଏହା ସହ ସମସ୍ତ ବିଦେଶ ଫେରନ୍ତା ନାଗରିକ ଏଥିରେ ନିଜ ନା ପଞ୍ଜୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ଏହା ଓଡ଼ିଶାକୁ କରୋନା ଭାଇରସ୍ ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହେବ ବୋଲି ନବୀନ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି ।