କରୋନାକୁ ନେଇ ଆଡଭାଇଜରି ଜାରି କଲା ସ୍ୱାସ୍ଥ୍ୟ ବିଭାଗ, ଅପପ୍ରଚାର କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାର କରାଳ ରୂପ ଦେଖି ସମଗ୍ର ବିଶ୍ୱବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିବାରେ ଲାଗିଥିବା ବେଳେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ଗୁଜବ ବ୍ୟାପୁଛି। ଏପରି ସ୍ଥିତିରେ ଯଦି କେହି ଗୁଜବ ପ୍ରଚାର କଲେ ତାହା ଅପରାଧ ବିବେଚିତ ହେବ।

ଏ ନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି ହୋଇଛି। ଏଥିରେ ଆଇପିସି ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି।