କରୋନା ଚିନ୍ତା : ମାର୍ଚ୍ଚ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର : କରୋନା ପାଇଁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ସ୍କୁଲ ବନ୍ଦ ସତ୍ବେ ପରୀକ୍ଷା ଚାଲୁ ରହିବ । ସିନେମା ହଲ, ସୁଇମିଙ୍ଗ ପୁଲ, ଜିମ୍‍, ସେମିନାର, ୱାର୍କଶପ୍‍ , ସମ୍ମିଳନୀ ମଧ୍ୟ ୩୧ ଯାଏଁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ବାହାଘର, ଧର୍ମୀୟ କାର୍ଯ୍ୟକ୍ରମ, ସଭା ସମିତିକୁ ନିୟନ୍ତ୍ରଣ କରାଯିବ ଓ ସାମାଜିକ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଧିକାରୀ ନିୟନ୍ତ୍ରଣ କରିବେ । ଏହାସହ ଆବଶ୍ୟକ ଔଷଧ, ସରଞ୍ଜାମ ଆଦି ମହଜୁଦ ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଆମେ ସମସ୍ତେ ମୁକାବିଲା ପାଇଁ ପ୍ରସ୍ତୁତ ରହିବା, ଭୟଭୀତ ହେବାନି। କରୋନା ମୁକାବିଲା ପାଇଁ ମନ୍ତ୍ରୀସ୍ତରୀୟ ଓ ସଚିବସ୍ତରୀୟ କମିଟି ଗଠନ ହେବ। ଏକ ମିଶନ ଭାବେ ଗ୍ରହଣ କରାଯାଇ କରୋନାକୁ ମୁକାବିଲା କରାଯିବ। ଏହାସହ ବାହାରେ ପାନ ଛେପ ନ ପକାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।