ଶିଳ୍ପାୟନ ପାଇଁ ନବମ ପର୍ଯ୍ୟାୟରେ ୧୦ କ୍ଷେତ୍ରରେ ୨୬ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ, ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶିଳ୍ପାୟନ ପାଇଁ ନବମ ପର୍ୟ୍ୟାୟରେ ୧୦ କ୍ଷେତ୍ରରେ ୨୬ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ । ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସବୁ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବୌଦ୍ଧର ଆଦିତ୍ୟ ବିର୍ଲା ରିନେବୁଲ, ଯାଜପୁରର ଜିନ୍ଦଲ ଷ୍ଟିଲ ଓ ଖୋର୍ଦ୍ଧାର ଏକେଏମ୍‌ ଅଗ୍ରଓ୍ଵାଲ ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୨୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପରେ ୫ ହଜାର ୫୬୭ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ସେହିପରି ୯ହଜାର ୯ ହଜାର ୧୬୮ ଜଣଙ୍କୁ ନିଯୁକ୍ତି ମିଳିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଗତ ୨୦ ବର୍ଷରେ ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ମିଳିଛି । ରାଜ୍ୟକୁ ୧୩୦ଟି ବୃହତ୍‌ ଉଦ୍ୟୋଗ ଆସିଥିବା ବେଳେ ୩.୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିବିନିଯୋଗ ହୋଇଛି । ସେହିପରି ୨ ଲକ୍ଷ ୨୫ ହଜାରରୁ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରିଛି । ପୁଞ୍ଜି ବିନିବେଶ କ୍ଷେତ୍ରରେ କ୍ରମାଗତ ଭାବେ ଓଡ଼ିଶା ସାରା ଦେଶରେ ପ୍ରଥମ ପସନ୍ଦ ପାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।