ଆସନ୍ତା ୨୮ରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହା

ଭୁବନେଶ୍ଵର,ଏନ୍ଏନ୍ଏସ୍: ନାଗରିକ ସଂଶୋଧନ ଆଇନ ଲୋକସଭାରେ ପାସ୍ ହେବା ପରେ ରାଜ୍ୟ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ଜନସଭା ଆୟୋଜନ କରାଯାଇଥିବା ବେଳେ ଆସନ୍ତା ୨୮ରେ ଓଡ଼ିଶାରେ ଆଉ ଏକ ସଭା ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେବେ। ଏହି ପରିପ୍ରେକ୍ଷୀରେ ଏକ ବିଶାଳ ରାଲି ଅନୁଷ୍ଠିତ ହେବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତୀ ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ ଗତ ଶୀତକାଳିନ ଅଧିବେଶନ ବେଳେ ସଂସଦରେ ପାସ୍ ହୋଇଥିଲା। ଏହାପରେ ଲୋକମାନଙ୍କୁ ସଚେତନ କରାଇବାକୁ ଜାନୁଆରୀ ୦୫ରୁ ଦେଶବ୍ୟାପୀ ନାଗରିକତା ସଂଶୋଧନ ଆଇନ ସମର୍ଥନରେ ବିଭିନ୍ନ କାର୍ୟ୍ୟକ୍ରମ କରାଯାଉଛି। ଏହି କ୍ରମରେ ଓଡ଼ିଶାର ୫ଟି ଜିଲ୍ଲା କେନ୍ଦ୍ରରେ ବିସାଳ ଜନସଭା ଓ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ଗିରିରାଜ ସିଂହ, ରୂପା ଗାଙ୍ଗୁଲି ସାମିଲ ହୋଇଥିଲେ। ସେହିପରି ପ୍ରତି ଜିଲ୍ଲା କେନ୍ଦ୍ରରେ ବୁଦ୍ଧିଜିବୀଙ୍କ ମଧ୍ୟରେ ସବା କରି ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏହି କାର୍ୟ୍ୟକ୍ରମର ଅନ୍ତିମ ପର୍ୟ୍ୟାୟରେ ଆସନ୍ତା ୨୮ ଏବଂ ୨୯ରେ ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ଵର ଗସ୍ତ କରିବେ।